ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା

0

ଓଡ଼ିଆ ନ୍ୟୁଜ୍: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ପାକିସ୍ତାନରେ ନିହତ। POKରେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିବା ସୂଚନା।୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅନ୍ୟ ଏକ ମାଷ୍ଟର ମାଇଣ୍ଡ ହମଜା ବୁରହାନର ହତ୍ୟା। ପାକିସ୍ତାନରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହମ୍ଜାର ମୃତ୍ୟୁ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର ମୁଜାଫରାବାଦରେ ଆତଙ୍କବାଦୀ ହମଜାକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ, ଅଜଣା ବନ୍ଧୁକଧାରୀ ହମଦାକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲା। ଘଟଣା ସ୍ତଳରେ ହଁ ତା’ର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି।

ରିପୋର୍ଟ ଅନୁସାରେ, ହମଜା ବୁରହାନ ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ପିଓକେରେ ସକ୍ରିୟ ଥିଲା। ତାକୁ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ବୋଲି ଭାରତ କହିଥିଲା। ମାମଲାରେ ତଦନ୍ତ କରିବା ପରେ ଭାରତ ସରକାର ୨୦୨୨ ମସିହାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ହମଜା ବୁରହାନକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସୂଚନା ଥାଉକି ୧୦୧୯ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତର ୪୦ ଜଣ ସୈନିକ ସହିଦ ହୋଇଥିଲେ। ଯାହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ି ଯାଇଥିଲା।

Leave A Reply

Your email address will not be published.