ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍; ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍। କଟକ-ପୁରୀ ବାଇପାସ୍ ରୋଡ୍ ପାଣ୍ଡରା ଛକରେ ଦୁର୍ଘଟଣା। ଏନ୍ଏଚ୍ରେ ୫୦ରୁ ୬୦ ମିଟର ଯାଏଁ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍। ଭାରସାମ୍ୟ ହରାଇ ଅଟୋ ତଳକୁ ଖସି ଦୋକାନ ଭିତରକୁ ପଶିଗଲା। ଅଟୋରେ ଥିବା ଯାତ୍ରୀ ଗୁରୁତର; ମେଡିକାଲରେ ଭର୍ତ୍ତି। ଫେରାର ହେବା ବେଳେ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ବି ଧକ୍କା ଦେଇଛି। ଗୋଡ଼ାଇ ଗୋଡ଼ାଇ ବେପରୁଆ ଟ୍ରକ୍ ଡ୍ରାଇଭରକୁ ଧରି ପିଟିଲେ ଲୋକେ।
ଧକ୍କା ଦେବା ପରେ ଅଟୋକୁ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଟ୍ରକଟି ଘୋଷାଡି ନେଇଥିଲା । ପରେ ଅଟୋଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିପଡିବା ସହ ଏକ ଦୋକାନ ଭିତରକୁ ପଶିଯାଇଥିଲା । ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଣି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଟ୍ରକ । ପରେ ଟ୍ରକକୁ ଗୋଡାଇ ଗୋଡାଇ କାବୁ କରିଥିଲେ ସ୍ଥାନୀୟ ଲୋକ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।