ଝିଅର ବାପା ସହ ୪୦ବର୍ଷୀୟ ବର ଗିରଫ

0

ଓଡ଼ିଆ ନ୍ୟୁଜ୍: ନାବାଳିକାର ବିବାହ ବେଳେ ରୋକିଲା ପୋଲିସ।ସଦର ଥାନା କଞ୍ଚନିବାଗ ଗାଁରେ ନାବାଳିକା ବିବାହ ପଣ୍ଡ।ଝିଅର ବାପା ସହ ୪୦ ବର୍ଷୀୟ ବର ଗିରଫ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଞ୍ଚନିବାଗ ଅଞ୍ଚଳରେ। ଜଣେ ୧୭ ବର୍ଷୀୟା ନାବାଳିକାକୁ ଜୋର ଜବରଦସ୍ତି ବିବାହ କରିବା ପାଇଁ ଚାଲିଥିବା ଉଦ୍ୟମକୁ ପଣ୍ଡ କରିଛନ୍ତି ଗ୍ରାମବାସୀ । ନାବାଳିକାକୁ ବିବାହ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗରେ ସଦର ଥାନା ପୋଲିସ ଝିଅର ବାପା ଏବଂ ବିବାହ ପ୍ରସ୍ତାବ ନେଇ ଆସିଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ପରିବାର ଲୋକେ ଜୋର ଜବରଦସ୍ତି ବିବାହ ଦେବାକୁ ଉଦ୍ୟମ କରୁଥିଲେ । ମାତ୍ର ନାବାଳିକା ଜଣକ ସବୁ ଜାଣି ଏହି ବିବାହ ପାଇଁ ସମ୍ପୂର୍ଣ୍ଣ ଅରାଜି ଥିଲେ। ଏପରିକି ବିବାହ ପ୍ରସ୍ତାବ ନେଇ ଆସିଥିବା ଜିତେନ୍ଦ୍ର ବାରିକ ନାମକ ଯୁବକ ଜଣକ ନାବାଳିକାଙ୍କୁ ମାଡ଼ ମାରିବା ସହ ବେକ ଚିପି ଜୋର ଜବରଦସ୍ତି ରାଜି କରାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏଥିରେ ନାବାଳିକାଙ୍କ ମାତାପିତା ମଧ୍ୟ ଯୁବକଙ୍କୁ ସହଯୋଗ କରୁଥିଲେ।

ଯେଉଁଥିରେ ନାବାଳିକାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଏବଂ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଯୁବକଙ୍କୁ ଅଟକ ରଖିବା ସହ ସଦର ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସଦର ଥାନା ପୋଲିସ ତୁରନ୍ତ ଗାଁରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ତାଙ୍କ ବାପା ଲକ୍ଷ୍ମୀଧର ମାଝି ଏବଂ ପ୍ରସ୍ତାବ ନେଇ ଆସିଥିବା ବର ଜିତେନ୍ଦ୍ର ବାରିକଙ୍କୁ ଥାନାକୁ ଉଠାଇ ନେଇଛି । ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.