ଓଡ଼ିଆ ନ୍ୟୁଜ୍: ମହାଭାରତ ଦେଖିବା ବେଳେ ୨ ଗୋଷ୍ଠୀ ମୁହାଁମୁହିଁ। ଗୋଳନ୍ଥରା ଥାନା ମାର୍କଣ୍ଡି ଗାଁ ପାଲଟିଲା ରଣକ୍ଷେତ୍ର।ପଥର ମାଡ଼ ସହ ଠେଙ୍ଗାରେ ଆକ୍ରମଣ, ୨୦ରୁ ଅଧିକ ଆହତ।ଗୁରୁତର ୧୦ ଜଣ ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି।ଠାକୁରାଣୀ ଯାତ୍ରା ପାଇଁ ମହାଭାରତ ପ୍ରଦର୍ଶନ ବେଳେ ମୁହାଁମୁହିଁ।
ସୂଚନା ଅନୁଯାୟୀ ODRP କଲୋନୀ ନିକଟରେ ଦୁଇଟି ଅଲଗା ଅଲଗା ମହାଭାରତ ଦଳ ନାଟକ ପ୍ରଦର୍ଶନ କରୁଥିଲେ। ବିଳମ୍ବିତ ରାତିରେ କୌଣସି କାରଣକୁ କିଛି ଯୁବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଉଭୟ ଗୋଷ୍ଠୀର ଯୁବକମାନେ ଉତ୍ତ୍ୟକ୍ତ ହୋଇ ପରସ୍ପର ଉପରକୁ ପଥର ମାଡ଼ କରିବା ସହ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରିଥିଲେ।
ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ବ୍ରହ୍ମପୁରର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଏହି ବିବାଦ ହେଲା ଏବଂ ଏହା ପଛରେ କାହାର ହାତ ଅଛି, ସେ ନେଇ ପୋଲିସ ପଚରାଉଚରା ଚଳାଇଛି।