୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ। ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସାଂସଦ ମନମୋହନ ସାମଲ। ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି। ଯେଉଁମାନେ କ୍ୟାସ୍‌ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର ସମସ୍ୟା ହୋଇନି। ଯେଉଁମାନଙ୍କ ଅନଲାଇନ୍‌ରେ ଭତ୍ତା ଯାଉଛି, ସେମାନଙ୍କର ସମସ୍ୟା ହୋଇଛି। କେନ୍ଦ୍ର ସରକାର ପକ୍ଷରୁ ନୂଆ କରି ସଫ୍ଟଓୟାର ଡେଭଲପ୍‌ କାମ ଚାଲିଛି। କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି। ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି। ଯେଉଁମାନେ ପାଇନାହାନ୍ତି ଏକକାଳୀନ ପାଇବେ- ମନମୋହନ ସାମଲ।

ସମସ୍ୟାକୁ ନେଇ ଚର୍ଚ୍ଚା ପରେ ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି। ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର କିଛି ସମସ୍ୟା ସୃଷ୍ଟି ହୋଇନାହିଁ | ଯେଉଁମାନଙ୍କ ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି, ଜେନ୍ଦ୍ର ସରକାର ପକ୍ଷରୁ ନୂଆ କରି ସଫ୍ଟଓୟାର ଡେଭଲପ କାମ ଚାଲିଛି। ସେଥିପାଇଁ ସମସ୍ୟା ହୋଇଛି | ଆଉ ୧୫ ଦିନ ଭିତରେ ସମସ୍ୟାର ସମଧାନ ହେବ | କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି | ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି | ଯେଉଁମାନେ ପାଇନାହାନ୍ତି ଏକକାଳୀନ ପାଇବେ ବୋଲି ମନମୋହନ କହିଛନ୍ତି।

Leave A Reply

Your email address will not be published.