ଚଳନ୍ତା ଆମ୍ବୁଲାନ୍ସରେ ନିଆଁ

0

ଓଡ଼ିଆ ନ୍ୟୁଜ୍: ଖଣ୍ଡଗିରି ନିକଟ ଜାଗମରାରେ ଆମ୍ବୁଲାନ୍ସରେ ନିଆଁ। ଚଳନ୍ତା ଅବସ୍ଥାରେ ନିଆଁ ଲାଗି ସଂପୂର୍ଣ୍ଣ ଜଳିଗଲା ଆମ୍ବୁଲାନ୍ସ। ରୋଗୀ ଆଣିବାକୁ ଯିବା ବେଳେ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ। ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଆୟତ୍ତ, କେହି ମୃତାହତ ହୋଇନାହାନ୍ତି।

ଆମ୍ବୁଲାନ୍ସରେ ଜଗନ୍ନାଥ ମନ୍ଦିର ସାମ୍ନାରେ ବର୍ଷ ସାରା ଠିଆ ହୋଇଥାଏ। ସୋମବାର ଦିନ ହଠାତ୍ ଆମ୍ବୁଲାନ୍ସଟି ଜଳିବାକୁ ଲାଗିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏନେଇ ଡ୍ରାଇଭର କହିଛନ୍ତି ଯେ, ଆମ୍ବୁଲାନ୍ସଟି କିଛି ଦିନ ହେଲା ବ୍ୟାଟେରୀ ସମସ୍ୟା ଭୋଗୁଥିଲା। ପ୍ରତିଦିନ ସକାଳେ ଠେଲିକି ଷ୍ଟାର୍ଟ କରିବାକୁ ପଡୁଥିଲା। ଇଞ୍ଜିନରେ ବି ସର୍ଟସର୍କିଟ୍ ଥିଲା। ରବିବାର ରାତିରେ ଗାଡ଼ି କଟକ ଯାଇ ଭୋର ସାଢ଼େ ୪ଟାରେ ଫେରିଥିଲା। ଆଉ ତାର ୬ଟା ପଖାପାଖି ମିନିଟ୍ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ୍ ମଧ୍ୟରେ ପୁରା ଗାଡ଼ି ଜଳି ପାଉଁଶ ହୋଇଗଲା। ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ।

Leave A Reply

Your email address will not be published.