ଓଡ଼ିଆ ନ୍ୟୁଜ୍: ପୁରୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଜୁନ୍ ୪ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ଆସନ୍ତା ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ବ୍ରିକ୍ସ ସମ୍ମିଳନୀ।ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବ୍ରିକ୍ସ ରାଷ୍ଟ୍ର ସମୂହ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞ ଯୋଗ ଦେବେ । ଏହାର ସମୂହ ରାଷ୍ଟ୍ର ଗୁଡିକ ହେଉଛନ୍ତି ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ, ଇଥିଓପିଆ, ଇରାନ ଓ ଇଣ୍ଡୋନେସିଆ।
ବିପର୍ଯ୍ୟସ୍ତ ପ୍ରସ୍ତୁତି, ବାତ୍ୟା ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ଵସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜନ କରିବାର ସୁଯୋଗ ମିଳିଛି । ବୈଠକରେ ସ୍ଥାୟୀ ଡ଼ିଆରଆର ଅର୍ଥ ପରିଚାଳନା, ଭିତ୍ତିଭୂମି, ପୂର୍ବନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ବୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।