ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି

0

ଓଡ଼ିଆ ନ୍ୟୁଜ୍: ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର। ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ CBSE ଅଧ୍ୟକ୍ଷ। ୨୦୦୧ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଶାନ୍ତ ସୀତାରାମ। ରାହୁଲ ସିଂଙ୍କ ବଦଳି ପରେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତି।

ବୋର୍ଡର କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଶାନ୍ତ ସୀତାରାମ ଲୋଖଣ୍ଡେଙ୍କୁ ସିବିଏସଇର ନୂଆ ଅଧ୍ୟକ୍ଷ (Chairman) ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ବରିଷ୍ଠ ପ୍ରଶାସନିକ ଅଧିକାରୀ ବରୁଣ ଭରଦ୍ୱାଜଙ୍କୁ ବୋର୍ଡର ନୂଆ ସଚିବ (Secretary) ଦାୟିତ୍ୱ ମିଳିଛି।

ସିବିଏସଇ ଦ୍ୱାରା ଡିଜିଟାଲ୍ ମୂଲ୍ୟାଙ୍କନ ବା ଓଏସଏମ (OSM) ସେବା ପାଇଁ କରାଯାଇଥିବା କ୍ରୟ ଓ ଟେଣ୍ଡର ପ୍ରକ୍ରିୟାର ଅନିୟମିତତା ଯାଞ୍ଚ କରିବା ପାଇଁ ସରକାର ଏକ ବିଶେଷ ସମିତି ଗଠନ କରିଛନ୍ତି। କ୍ୟାପାସିଟି ବିଲ୍ଡିଂ କମିଶନ ର ଚେୟାରପର୍ସନ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଏସ. ରାଧା ଚୌହାନ ଏହି ଉଚ୍ଚସ୍ତରୀୟ ତଦନ୍ତ କମିଟିର ଅଧ୍ୟକ୍ଷତା କରିବେ। ଏହି କମିଟି ଓଏସଏମ ସିଷ୍ଟମ୍ ସହ ଜଡ଼ିତ ସମସ୍ତ ଚୁକ୍ତି, ନିୟମାବଳୀ ଏବଂ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରିବ।

Leave A Reply

Your email address will not be published.