ଓଡ଼ିଆ ନ୍ୟୁଜ୍: ପୁରୀରେ ଆଜିଠୁ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ।ଆଜିଠୁ ଜୁନ୍ ୫ ଯାଏ ହେବ ବ୍ରିକ୍ସ ସମ୍ମିଳନୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି। ବିପର୍ଯ୍ୟୟ ପରିଚାଳନା ନେଇ ସମ୍ମିଳନୀରେ ହେବ ଆଲୋଚନା। ପ୍ରତିରୋଧ କ୍ଷମତା ବୃଦ୍ଧି ଉପରେ ମଧ୍ୟ ହେବ ଆଲୋଚନା।ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ। ଏଥିରେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଓ ସ୍ଥାୟିତ୍ୱ ବିକାଶ ନେଇ ଆଲୋଚନା ହେବ । ଗୋଷ୍ଠୀଭିତ୍ତିକ ଡିଆର୍ଆର୍ ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଗ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ପ୍ରକୃତି ଆଧାରିତ ଓ ସ୍ୱଦେଶୀ ସମାଧାନ, ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ। ଜୁନ୍ ୪ରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ।