ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା ସୌମ୍ୟ ମର୍ଡର: ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। NHRC କ୍ୟାମ୍ପ୍ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର I ଏହାସହ ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ କରିଥିବା କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ୍.ଡି ବେହେରା ମଧ୍ୟ NHRC କ୍ୟାମ୍ପ୍ କୋର୍ଟରେ ହାଜର ହୋଇଛନ୍ତି । ମେ’ ୭ରେ ଅଡ଼ସପୁର ମେଡିକାଲ୍ର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍ କରଥିଲେ। ୧୧.୦୬ରେ କଲ୍ କରିଥିଲେ, ୧୧.୩୬ରେ ଦୁର୍ଘଟଣାସ୍ଥଳରେ ୧୦୮ ପହଞ୍ଚିଥିଲା।ଘଟଣାସ୍ଥଳରେ ୧୦୮ ପହଞ୍ଚି କଲ୍ କରିଥିବା ବ୍ୟକ୍ତିଙ୍କୁ କଲ୍ କରିଥିଲେ। ଦୁର୍ଘଟଣାରେ ଶିକାର ଯୁବତୀ ମେଡିକାଲ୍ ପଳାଇଥିବା ବ୍ୟକ୍ତି ଜଣଙ୍କ କହିଥିଲେ। ସେହି ସମୟରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିଲେ।ସେ ବ୍ୟକ୍ତି କିଏ ଓ କାହିଁକି ଆମ୍ବୁଲାନ୍ସ ଫେରାଇଦେଲେ ପ୍ରଶ୍ନବାଚୀ।ଆମ୍ବୁଲାନ୍ସ ଫେରାଇବା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ ତନାଘନା କରୁଛି NHRC।
ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଗୋଟିଏ ଦିନରେ ୪ଟି ସ୍ଥାନରେ ଛାନଭିନ କରିଥିଲେ NHRC ଟିମ୍ । ପ୍ରଥମେ ବଲିଅନ୍ତା କ୍ରାଇମସ୍ପଟ୍, ଏହା ପରେ ଅଡଶପୁର ସ୍ଥିତ ଜିମ୍ ସେଣ୍ଟର, ସୌମ୍ୟଙ୍କ ଗାଁ ମଉଜପୁରକୁ ଯାଇ ତଦନ୍ତ କରିଥିଲା ଟିମ୍ । ଏହା ପୂର୍ବରୁ ଷ୍ଟେଟ୍ ଗେଷ୍ଟ ହାଉସରେ ADGଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ ଜଣଙ୍କୁ ପଚରାଉଚରା କରିଥିଲେ । ଏଥିସହିତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି ।