ରାମେଶ୍ବରରୁ-ପାରାଦୀପ ଉପକୂଳ ରାଜପଥକୁ ମଞ୍ଜୁରୀ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ ମଞ୍ଜୁରୀ। ମୋଟ ବ୍ୟୟ ଅଟକଳ ୮ ହଜାର ୩ ଶହ କୋଟି। ରାମେଶ୍ବରରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଯିବ।ରାମେଶ୍ବରରୁ କୋଣାର୍କ ୭୯ କିମି ପାଇଁ ୪ ଲେନ୍ ରାସ୍ତାକୁ ଅନୁମୋଦନ। କୋଣାର୍କରୁ ପାରାଦୀପ ୮୦ କିମି ୨ ଲେନ୍ ରାସ୍ତା ପାଇଁ ଅନୁମୋଦନ। ନୂଆ ଉପକୂଳ ରାଜପଥ NH ୧୬ ଓ NH ୩୧୬ର ବିକଳ୍ପ ପଥ ହେବ। ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାତ୍ରା ନେଇ ରାସ୍ତାର ନକ୍‌ସା ପ୍ରସ୍ତୁତ।ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଦେଇ ଯିବ।ରାମେଶ୍ବରରୁ ପାରାଦୀପ ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମିବ।

କୋଷ୍ଟାଲ୍ ହାଇୱେ ପ୍ରକଳ୍ପକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ବିକାଶ ଭିତ୍ତିଭୂମିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ବିକାଶରେ ‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ ।

ସରକାରୀ ବିବୃତ୍ତି ଅନୁସାରେ, ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ମାର୍ଗ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଯିବ । ବର୍ତ୍ତମାନର ଏନଏଚ୍-୧୬ ରୋଡ୍ ନେଟୱର୍କ ସ୍ୱର୍ଣ୍ଣିମ ଚତୁର୍ଭୁଜର ଏକ ଅଂଶ ଏବଂ ଏହା ପୂର୍ବରୁ ହିଁ ଏକ ୬-ଲେନ୍ ବିଶିଷ୍ଟ ନ୍ୟାସନାଲ୍ ହାଇୱେ ଅଟେ । ବର୍ତ୍ତମାନର ଏନଏଚ୍-୩୧୬ ଭୁବନେଶ୍ୱର-ପୁରୀକୁ ଯୋଡୁଛି ଏବଂ ଆଗକୁ ସାତପଡ଼ା ଓ କୋଣାର୍କ ଆଡ଼କୁ ଯାଉଛି । ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ସେକ୍ସନରେ ବର୍ତ୍ତମାନର ସଡ଼କ ଭିତ୍ତିଭୂମି ଦୁର୍ବଳ ସ୍ଥିତିରେ ରହିଛି । ପ୍ରାୟ ୪୦ ପ୍ରତିଶତ ସଡ଼କରେ ରିବନ୍ ଡେଭଲପମେଣ୍ଟ (ରାସ୍ତ କଡ଼ରେ ଘନ ବସତି) ଏବଂ ରାସ୍ତାକଡ଼ରେ ସ୍ଥାନୀୟ ଯାତ୍ରୀମାନଙ୍କର ପ୍ରବଳ ଚଳପ୍ରଚଳ ଯୋଗୁଁ ଦୂରଗାମୀ ଯାନବାହନ ଯାତ୍ରା ପାଇଁ ଉପଯୁକ୍ତ ନୁହେଁ ।

Leave A Reply

Your email address will not be published.