ଓଡ଼ିଆ ନ୍ୟୁଜ୍: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର। ଲୋକଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ। ଜି ପରମେଶ୍ବର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେ, ବିରୋଧୀଦଳ ନେତା ରାହୁଲ ଉପସ୍ଥିତ।ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ଉପସ୍ଥିତ।
ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି।ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁତ୍ର ୟତୀନ୍ଦ୍ରଙ୍କ ସମେତ ଅନ୍ୟ ୧୨ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।
ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବକୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜନୈତିକ ନେତାଙ୍କ ବ୍ୟତୀତ ବହୁ ସଂଖ୍ୟାରେ ସାଧୁସନ୍ଥ ମଧ୍ୟ ଏହି ସମାରୋହରେ ସାମିଲ ହୋଇ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଶିବକୁମାରଙ୍କ ସମର୍ଥକମାନେ ବିପୁଳ ସଂଖ୍ୟାରେ ଏକାଠି ହୋଇ ଉତ୍ସବ ମନାଇବା ସହ ନିଜ ପ୍ରିୟ ନେତାଙ୍କୁ ଶୀର୍ଷ ପଦରେ ଦେଖି ଖୁସି ଜାହିର କରିଛନ୍ତି।