ଆସୁଛି ସୁପର ଏଲନିନୋ, ବିଶ୍ୱବାସୀଙ୍କ ବଢିଲା ଚିନ୍ତା

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍‌ ରହିବ। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍‌ ରହିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ କମ୍‌ ରହିବ।ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍‌ ବର୍ଷା ନେଇ ପୂର୍ବାନୁମାନ ହୋଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ତାହାଠୁ ଟିକେ ଅଧିକ ବର୍ଷିବ। ଚଳିତ ବର୍ଷ ସ୍ବାଭାବିକଠୁ କମ୍‌ ବା ପ୍ରାୟ ୯୦ ପ୍ରତିଶତ ବର୍ଷା ହେବ।

ଏଲନିନୋ ନୁହେଁ ମାଡି ଆସୁଛି ସୁପର ଏଲନିନୋ।ସାରା ବିଶ୍ବରେ କିଛି ମାସରେ ଦେଖାଦେଇପାରେ ଭୟଙ୍କର ପ୍ରାକୃତିକ ବିପଦ । ଏନେଇ ବିଶ୍ବକୁ ସତର୍କ କରାଇଛି ବିଶ୍ବ ପାଣିପାଗ ସଂସ୍ଥାନ। ଏକ ଶକ୍ତିଶାଳୀ ଏଲ ନିନୋ ସାରା ବିଶ୍ବର ପାଣିପାଗ ଚକ୍ରକୁ ଗଡ଼ବଡ଼ କରିପାରେ ବୋଲି ସତର୍କ କରାଇ ଦେଇଛି ବିଶ୍ବ ପାଣିପାଗ ସଂଗଠନ, WMO।ସାରା ଦୁନିଆରେ ଆଗାମୀ କିଛି ଦିନ ଭିତରେ ସୁପର ଏଲନିନୋ ପ୍ରଭାବ ଦେଖାଦେଇପାରେ। ୧୮୭୭ରେ ଆସିଥିବା ବିନାଶକାରୀ ଏଲନିନୋ ଭଳି ଏହା ପ୍ରଭାବିତ କରିପାରେ।

କହିଛି ଯେ ଏହି ବର୍ଷ ସାରା ବିଶ୍ୱରେ ଅତି ଖରାପ ପାଗ ଅନୁଭୂତ ହେବ। ଜଳବାୟୁ ପରିବର୍ତ୍ତନକୁ ଗୁରୁତର କରିପାରେ ଏହି ଶକ୍ତିଶାଳୀ ଏଲନିନୋ।ବିଶ୍ବର ଏକାଧିକ ବଡ଼ ଅଂଶରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାଦ୍ବାରା ଭାରତ ବି ଅନେକ ପରିମାଣରେ ପ୍ରଭାବିତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ସପ୍ତାହ ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ବିଶ୍ବର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ, ବନ୍ୟା ଏବଂ ମରୁଡ଼ି ଆସିପାରେ, ତେଣୁ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ତାକୁ ନେଇ ଆକଳନ ଚାଲିଛି।

Leave A Reply

Your email address will not be published.