ଓଡ଼ିଆ ନ୍ୟୁଜ୍: ବିଜେପି ଛାଡିଲେ ତାମିଲନାଡ଼ୁ ବିଜେପିର ପୋଷ୍ଟରବୟ କେ ଆନ୍ନାମଲାଇ। ଇସ୍ତଫା ପତ୍ର ସ୍ବୀକାର କଲେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ। ଦୁଇ ଦିନ ତଳେ ଅମିତ ଶାହାଙ୍କୁ ଭେଟିଥିଲେ ଆନ୍ନାମଲାଇ।ତାଙ୍କ ଇସ୍ତଫା ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ବୀକାର କରିଛନ୍ତି । ଜୁନ ୨ ତାରିଖରେ ତାଙ୍କ ଇସ୍ତଫାକୁ ନେଇ ଅନ୍ନାମଲାଇ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ସାକ୍ଷାତ କରିଥିଲେ । ସେ ପାର୍ଟିର ହାଇକମାଣ୍ଡଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।
ଅନ୍ନାମଲାଇ କିଛିଦିନରୁ ପାର୍ଟି ଛାଡିବାକୁ ମନସ୍ତ କରିଥିଲେ । ଖବର ମୁତାବକ, ଅନ୍ନାମଲାଇ ଏକ ଜନ-ଆନ୍ଦୋଳନ ଆରମ୍ଭ କରିବାକୁ ବିଚାର କରୁଛନ୍ତି । ବିଜୟଙ୍କ ପାର୍ଟି ତାମିଲନାଡୁ ରାଜନୀତିରେ ହଲଚଲ କରିଥିଲା । ତେଣୁ ଅନ୍ନାମଲାଇଙ୍କ ଜନ ଆନ୍ଦୋଳନ ହୁଏତ ରାଜନୈତିକ ପାର୍ଟିରେ ପରିବର୍ତ୍ତନ ହୋଇପାରେ । ଅନ୍ନାମଲାଇ ଖୁବ୍ ଶୀଘ୍ର ନିଜର ଦଳ, ମକ୍କଲ ଶକ୍ତି ଇୟକ୍କମ୍ ଗଠନ କରିପାରନ୍ତି ।
ସୂଚନାଯୋଗ୍ୟ, ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ରାଜ୍ୟ ସଭାପତି ଥିବା ସମୟରେ ଅନ୍ନାମଲାଇ ରାଜ୍ୟରେ ବିଜେପିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।