ଖାଲି ହେଉଛି ବିଜେଡି ଭାଡ଼ି: ଦେବାଶିଷ ସାମନ୍ତରାୟ

0

ଓଡ଼ିଆ ନ୍ୟୁଜ୍: ବିଜେଡି ଭାଡ଼ି ଖାଲି ହେଉଛି କହିଲେ ଦେବାଶିଷ ସାମନ୍ତରାୟ। ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପରେ ଦେବାଶିଷଙ୍କ ପ୍ରତିକ୍ରିୟା। ବିଜେଡି ଭାଡ଼ି ଖାଲି ହେଉଛି, ଆଗାମୀ ଦିନରେ କଣ ହେଉଛି ଦେଖନ୍ତୁ।ଅଧିକରୁ ଅଧିକ ନେତା ବିଜେପିକୁ ଆସିବେ, ଏଠି ଅଧିକ ସୁଯୋଗ ଅଛି। ଲୋକଙ୍କୁ ସେବା କରିବାର ସୁଯୋଗ ବିଜେପିରେ ଅଧିକ ଅଛି। ଡବଲ୍ ଇଞ୍ଜିନ୍ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି।

ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବା ସହ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏହି ଆସନ ପାଇଁ ଦେବାଶିଷଙ୍କ ସହ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୌଡ଼ରେ ଥିବା କୁହାଯାଉଥିଲା। ହେଲେ ପାର୍ଟି ତାର ପୁରୁଣା ଫର୍ମୁଲା ଅନୁସାରେ ଦେବାଶିଷଙ୍କୁ ସଂସଦର ଉଚ୍ଚସଦନ ପାଇଁ ପ୍ରାର୍ଥୀ କରିଥିଲା। ଏହା ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ପୁଣି ଥରେ ରାଜ୍ୟସଭା ଯାଇଥିଲେ ମମତା ମହାନ୍ତ । ନିକଟରେ ସୁଜିତ କୁମାର ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

Leave A Reply

Your email address will not be published.