ଓଡ଼ିଆ ନ୍ୟୁଜ୍: ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଟି ଟ୍ବେଣ୍ଟି ଭାରତୀୟ ଦଳ ଘୋଷଣା। ଶ୍ରେୟାସ ଆୟର ଅଧିନାୟକ ଓ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ସାମିଲ୍। ସବୁ କଳ୍ପନାଜଳ୍ପନାର ଅନ୍ତ; IPL ଷ୍ଟାର ସୂର୍ଯ୍ୟବଂଶୀଙ୍କୁ ସୁଯୋଗ। ଟି ଟ୍ବେଣ୍ଟି ବିଶ୍ବକପ ବିଜୟୀ ଦଳର ଅଧିନାୟକ ସୂର୍ଯ୍ୟକୁମାର ଆଉଟ୍। ଉଭୟ ଗସ୍ତ ପାଇଁ ତିଲକ ବର୍ମା ଉପ ଅଧିନାୟକ।ଉଭୟ ଦଳରେ ୨ ୱିକେଟ କିପର ସଞ୍ଜୁ ସାମସନ ଓ ଇଶାନ କିଷନ। ଅଭିଷେକ ଶର୍ମା, ଶିବମ ଦୁବେ, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ ସାମିଲ୍। ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ। ହର୍ଷିତ ରଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବଙ୍କୁ ମିଳିଲା ସୁଯୋଗ।,