ଓଡ଼ିଆ ନ୍ୟୁଜ୍: ସୌମ୍ୟ ହତ୍ୟା: ବରିଷ୍ଠ IPSଙ୍କ ବିରୋଧରେ ତଦନ୍ତ ପାଇଁ ଚିଠି। ଏନେଇ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ADGଙ୍କୁ କ୍ରାଇମବ୍ରାଞ୍ଚର ଚିଠି। NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ନିର୍ଦ୍ଦେଶ। ବରିଷ୍ଠ IPS ସୌମ୍ୟଙ୍କୁ ଘରୋଇ କାମରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା।ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ। ସୌମ୍ୟଙ୍କ ମା ADG ଦୟାଲ ଗଙ୍ଗୱାରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ADGଙ୍କ ଘର କାମ ସହ ପୁଅ ମାଲିସ୍ କରୁଥିବା କହିଥିଲେ ସୌମ୍ୟଙ୍କ ମାଆ।
ତେବେ କ୍ରାଇମବ୍ରାଞ୍ଚ୍ ଏହି ଡାଏରୀରେ ଉଲ୍ଲେଖ ତଥ୍ୟକୁ ଯାଞ୍ଚ କରୁଛି। ଏଥିରୁ ସୌମ୍ୟଙ୍କ ସମ୍ପର୍କରେ ଥିବା କିଛି ଅସମାହିତ ପ୍ରଶ୍ନ ବିଷୟରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ସହିତ ସମ୍ପର୍କ ଥିବା ଏକାଧିକ ବ୍ୟକ୍ତିଙ୍କୁ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ କରାଯାଇଥିଲା । ଏହିକ୍ରମରେ ସୌମ୍ୟଙ୍କ ଘନିଷ୍ଠ ସାଙ୍ଗ ନିଆଳି ଅଞ୍ଚଳର ନିଶିକାନ୍ତ ମହାନ୍ତି ଓ ଅନ୍ୟ କିଛି ଯୁବକ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ।
ଅନ୍ୟପଟେ ତଦନ୍ତକାରୀ ଟିମ୍ ନିଶିକାନ୍ତଙ୍କୁ ସୌମ୍ୟଙ୍କ ବିଷୟରେ ବିଭିନ୍ନ ପ୍ରଶ୍ନ କରିଛି। ଏହା ସହ ଏକ ଡାଏରୀକୁ ନିଶିକାନ୍ତ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ କୁ ଦେଇଛନ୍ତି। ସେହି ଡାଏରୀରେ ସୌମ୍ୟ ନିଜର ବ୍ୟକ୍ତିଗତ କଥା ଲେଖୁଥିଲେ । କେଉଁମାନେ ତାଙ୍କୁ ମାନସିକ ଚାପ ଦେଉଥିଲେ ସେନେଇ ମଧ୍ୟ ସୌମ୍ୟ ଡାଏରୀରେ ଉଲ୍ଲେଖ କରିଥିବା ବିଷୟ ନିଶିକାନ୍ତ କହିଛନ୍ତି। ଏମିତିକି ଜଣେ ଆଇପିଏସ୍ ଅଧିକାରୀ ଏବଂ ଭୁବନେଶ୍ଵରର ଜିମ୍ ମାଲିକ ବାରମ୍ବାର ଧମକଚମକ ଦେଉଥିବାରୁ ସେ ମାନସିକ ଚାପରେ ରହିବା ସହ ଚାକିରି ଛାଡ଼ିବାକୁ ସୌମ୍ୟ ଚିନ୍ତା କରୁଥିବା ନିଶିକାନ୍ତ କହିଛନ୍ତି।