୮୮୦ ବୋତଲ କଫ୍ ସିରପ୍ ଜବତ

0

ଓଡ଼ିଆ ନ୍ୟୁଜ୍: କାର୍‌ରେ ଚାଲାଣ ବେଳେ ୮୮୦ ବୋତଲ କଫ୍ ସିରପ୍ ଜବତ। ସ୍ମାର୍ଟ ପାର୍କ ନିକଟରୁ ଜବତ କଲା ଟାଉନ୍ ପୋଲିସ, ୫ ଯୁବକ ଅଟକ। ଶନିବାର ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ ରାସ୍ତାରୁ ଏକ କାରରୁ ବିପୁଳ ପରିମାଣର କଫ ସିରପ୍ ଜବତ କରିଛି ଟାଉନ ଥାନା ପୋଲିସ। ଘଟଣାରେ ୫ ଜଣକୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ, ସମ୍ବଲପୁର ଗାଡ଼ି ନମ୍ବର ଥିବା ଏକ କାର୍ ରାତି ଅନ୍ଧାର ଓ ନିଛାଟିଆ ରାସ୍ତା ଦେଇ ଫେରାର ମାରିବାକୁ ଚେଷ୍ଟା କରୁଥିଲା। ହେଲେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗାଡ଼ିକୁ ଅଟକାଇଥିଲା। ରେଡ୍ ବେଳେ କାରରୁ ବିପୁଳ ପରିମାଣରୁ କଫ୍ ସିରପ୍ ମିଳିଥିଲା। ଏମିତିରେ କାରଟିକୁ ଅଟକ ରଖି କଫ୍ ସିରପ୍ ଜବତ କରିବା ସହ ଘଟଣାରେ ୫ ଜଣକୁ ଗିରଫ କରିଛି ପୋଲିସ।

ତେବେ ବିପୁଳ କଫସିରପ୍ ରହିଥିବା ବେଳେ କେଉଁଠୁ କେଉଁଠାକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ।

Leave A Reply

Your email address will not be published.