ଓଡ଼ିଆ ନ୍ୟୁଜ୍: ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି।ଆଜିଠୁ ସାରା ଦେଶରେ ନୂଆ ଦର ଲାଗୁ। ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା। ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା। ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ୯୪୨ ଟଙ୍କାକୁ ବୃଦ୍ଧି।ମାର୍ଚ୍ଚରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୬୦ ଟଙ୍କା ବୃଦ୍ଧି ହୋଇଥିଲା।
ଗତ ତିନି ମାସ ଧରି ମଧ୍ୟପ୍ରାଚ୍ୟରେ ସଙ୍କଟ ଜାରି ରହିଛି । ଆମେରିକା-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବାଣିଜ୍ୟ କାରବାରକୁ ପ୍ରଭାବିତ କରିଛି । ସାରା ଦେଶରେ ଗ୍ୟାସ୍ ଏବଂ ତୈଳ ସଙ୍କଟ ଦେଖିବାକୁ ମିଳିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଯୁଦ୍ଧ ପାଇଁ ବିଭିନ୍ନ କମ୍ପାନୀ କ୍ଷତିରେ ଚାଲୁଛନ୍ତି । ତେଣୁ ସେମାନେ ଗ୍ୟାସ୍ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ପିଟିଆଇ ଅନୁସାରେ, ଜୁନ୭ ତାରିଖରୁ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଁଚି ଯାଇଛି । ଏହାପୂର୍ବରୁ ମାର୍ଚ୍ଚ୭ତାରିଖରେ ଘରୋଇ ସିଲିଣ୍ଡରର ଦାମ୍ ୬୦ଟଙ୍କା ବୃଦ୍ଧି ପାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗ୍ୟାସ ତଥା ଅନ୍ୟ ଇନ୍ଧନର ଦାମ୍ ବଢିଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ୧୯କେଜି ବିଶିଷ୍ଟ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ଦାମରେ ସରକାର ବୃଦ୍ଧି କରିଥିଲେ । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ୍ ୪୨ଟଙ୍କା ମହଙ୍ଗା ହୋଇ ୩୧୧୩ଟଙ୍କାରେ ପହଁଚିଥିଲା । କୋଲକାତାରେ ଦର ୩୨୫୫ଟଙ୍କା ହୋଇଥିଲା । ସେହିପରି ସାଧାରଣ ନାଗରିକ ବ୍ୟବହାର କରୁଥିବା ୫କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୧ଟଙ୍କା ବୃଦ୍ଧି ପାଇ ୮୨୧ଟଙ୍କା ଛୁଇଁଥିଲା ।