ଓଡ଼ିଆ ନ୍ୟୁଜ୍: ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ AEEଙ୍କୁ ଗିରଫ କଲା ଭିଜିଲାନ୍ସ। AEEଙ୍କର ୫ଟି ବହୁତଳ କୋଠା ସହ ୧୪ଟି ମୂଲ୍ୟବାନ ପ୍ଲଟ୍ ଅଛି। ନଗଦ ୨ କୋଟି ଟଙ୍କା ସହ ୫୦୦ ଗ୍ରାମ୍ ସୁନା ଜବତ କରିଥିଲା ଭିଜିଲାନ୍ସ। ପତ୍ନୀଙ୍କ ନାଁରେ ଥିବା ଆଉ ଏକ ଲକରକୁ ଏପର୍ଯ୍ୟନ୍ତ ଖୋଲିନି ଭିଜିଲାନ୍ସ।
ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ବୈକୁଣ୍ଠ ନାଥ ବେହେରାଙ୍କ ନାମରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ଏଥିରେ ରହିଛି ୫ଟି ବହୁତଳ କୋଠା, ଯାହାର ମୋଟ କ୍ଷେତ୍ରଫଳ ୨୦ ହଜାର ବର୍ଗଫୁଟରୁ ଅଧିକ। ଏହା ସହିତ ଭୁବନେଶ୍ୱରରେ ୪ଟି ଆଲିଶାନ ଘର, ୧୪ଟି ମୂଲ୍ୟବାନ ଜମି, ୨ କୋଟି ୪ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି, ପ୍ରାୟ ୫୦୦ ଗ୍ରାମ ସୁନା ଓ ୪୫ ଲକ୍ଷ ଟଙ୍କା ଜମା ଠାବ କରାଯାଇଛି। ତେବେ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ସୂଚନା ମିଳିଛି । ଏପଟେ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଆଉ ଗୋଟିଏ ଲକର ଖୋଲିବା ବାକି ରହିଛି ।