ଟାୱାର ଉପରେ ଚଢି ଯୁବକଙ୍କ ହାଇଡ୍ରାମା

0

ଓଡ଼ିଆ ନ୍ୟୁଜ୍: ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ହାଇଡ୍ରାମା।୧୩୨ କେଭି ଟାୱାର ଉପରେ ୨ ଘଣ୍ଟାର ହାଇଡ୍ରାମା । ୨ୟ ସ୍ତ୍ରୀ ଘରକୁ ଫେରିବାକୁ ମନା କରିବାରୁ ୧୩୨ କେ.ଭି ଟାୱାର ଉପରେ ଚଢ଼ିଲେ ଯୁବକ । ଓହ୍ଲାଇବାକୁ ନାକେଦମ ହେଲେ ପୋଲିସ ଓ ଅଗ୍ନିଶମ କର୍ମଚାରୀ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗାଁର ଘଟଣା । ୨ୟ ସ୍ତ୍ରୀ ତାଙ୍କ ସହିତ ଘରକୁ ଫେରିବାକୁ ମନା କରିବାରୁ ଯୁବକ ଜଣକ ୧୩୨ କେ.ଭି. ହାଇଟେନ୍ସନ୍ ବିଦ୍ୟୁତ ଟାୱାର ଉପରକୁ ଚଢ଼ି ଯାଇଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଟାୱାର ଉପରେ ରହିବା ପରେ ବଡ଼ବିଲ ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଉଦ୍ଧାର ଯୁବକ ବଡ଼ବିଲ ମାଗାଜିନ୍ ହଟିଂ ଅଞ୍ଚଳର ଅର୍ଜୁନ ଗୋପ । ସୂଚନା ଅନୁଯାୟୀ, ଅର୍ଜୁନଙ୍କର ୩ଜଣ ସ୍ତ୍ରୀ । ଦ୍ବିତୀୟ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ସେ ତାଙ୍କ ଏକ ଛୋଟ ପିଲାକୁ ନେଇ ଉଲିବୁରୁସ୍ଥିତ ତାଙ୍କ ଭିଣୋଇଙ୍କ ଘରେ ରହୁଥିଲେ । ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଅର୍ଜୁନ ସେଠାକୁ ଯାଇଥିଲେ । ସ୍ତ୍ରୀ ଫେରିବାକୁ ମନା କରିବାରୁ ସେ ୧୩୨ କେ.ଭି ହାଇଟେନ୍ସନ୍ ଟାୱାର ଉପରକୁ ଚଢ଼ି ଯାଇଥିଲେ ।

Leave A Reply

Your email address will not be published.