ଓଡ଼ିଆ ନ୍ୟୁଜ୍: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ୍ ଆସିବେ ପିଲା। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲ୍ସ୍ତରରେ ଲାଗୁ ନିଷ୍ପତ୍ତି।ଏନ୍ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ। ଏଣିକି ଏନଇପି ଆଧାରରେ ସ୍କୁଲରେ ହେବ ପାଠପଢ଼ା। ସମସ୍ତ ଶ୍ରେଣୀର ପିଲାଙ୍କ ବିଷୟବସ୍ତୁ ଉପରୁ ଭାର ହ୍ରାସ ଯୋଜନା। ଏବେ ଗୋଟିଏ ଶିକ୍ଷାବର୍ଷରେ ୨୩୦ ଦିନ ଖୋଲା ରହିବ ସ୍କୁଲ୍। ୨୦ ଦିନ ସ୍କୁଲରେ ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ଆଦି ପାଳନ ହେବ। ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ।ଶିକ୍ଷାବର୍ଷରେ ୧୯୦ ଦିନ ଶିକ୍ଷାଦାନ ସହ ପ୍ରତିଦିନ ୭ଟି ପିରିୟଡ୍। ଶିଶୁ ବାଟିକା ପିଲାଙ୍କ ପାଇଁ ପ୍ରତି ଶନିବାର ବସ୍ତାନି ବିହୀନ ଦିବସ।
ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୧୦ ଦିନ ସ୍କୁଲ୍ ବ୍ୟାଗ୍ ମନା।ବୃଦ୍ଧିଗତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ୪ଟି ପିରିୟଡ୍ରୁ ଗୋଟିଏ ବସ୍ତାନି ବିହୀନ ଦିବସ। ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ୍ ପାଠପଢା ହେବ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ୪୯୮ ସମୟ ସାରଣୀ ପ୍ରସ୍ତୁତ। ନୂଆ ସମୟ ସାରଣୀ ପ୍ରସ୍ତୁତ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନିର୍ଦ୍ଦେଶନାମା ପାଳନ ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି। ସ୍କୁଲ୍ କର୍ତ୍ତୃପକ୍ଷ ସମସ୍ତ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ।