ଓଡ଼ିଆ ନ୍ୟୁଜ୍: ଫିଲିପାଇନ୍ସରେ ଭୂମିକମ୍ପ ଅନୁଭୂତ। ରିକ୍ଟର ସ୍କେଲ୍ରେ ତୀବ୍ରତା ୭.୮ ଅନୁଭୂତ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା। ଇଣ୍ଡୋନେସିଆ, ଫିଲିପାଇନ୍ସ ସମେତ ୫ ଦେଶକୁ ସୁନାମୀ ଆଲର୍ଟ।
ସୁନାମି ଆଶଙ୍କା:
ପାସିଫିକ୍ ସୁନାମି ୱାର୍ଣ୍ଣିଂ ସେଣ୍ଟରର ସୂଚନା ଅନୁଯାୟୀ, ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ମିଟର ପର୍ଯ୍ୟନ୍ତ ଉଚ୍ଚ ସୁନାମି ଲହରୀ ମାଡ଼ ହୋଇପାରେ। ସେହିପରି ଇଣ୍ଡୋନେସିଆ ଏବଂ ମାଲେସିଆର କିଛି ଅଂଶରେ ୧ ମିଟର ପର୍ଯ୍ୟନ୍ତ ଲହରୀ ଉଠିବାର ସମ୍ଭାବନା ରହିଛି।
ବିଭିନ୍ନ ଦେଶରେ ସତର୍କତା:ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଜାପାନର ପ୍ରଶାସନିକ ଅଧିକାରୀମାନେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହାଦ୍ୱାରା ଆମେରିକାର ଉପକୂଳ ଅଞ୍ଚଳ ପ୍ରତି କୌଣସି ବିପଦ ନାହିଁ ବୋଲି ଆମେରିକାର ଜାତୀୟ ସୁନାମି ସତର୍କତା କେନ୍ଦ୍ର ସ୍ପଷ୍ଟ କରିଛି। (ସୂଚନାଯୋଗ୍ୟ ଯେ, ପ୍ରଥମେ ଏହି ଭୂକମ୍ପର ତୀବ୍ରତା ୮.୨ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପରେ ଏହାକୁ ୭.୮ ବୋଲି ସ୍ପଷ୍ଟ କରାଯାଇଛି।)