୬କୋଟିର ସାଇବର ଠକେଇ, ୩ଗିରଫ

0

ଓଡ଼ିଆ ନ୍ୟୁଜ୍: ପୁରୁଣା ବଜାର ଥାନା ଅଞ୍ଚଳର ୩ ସାଇବର ଠକ ଗିରଫ। ନଗଦ ୨ ଲକ୍ଷ ଟଙ୍କା ସହ ୧୫ ଗ୍ରାମ ଓଜନର ଦୁଇଟି ସୁନା ହାର ଜବତ। ୧୦ଟି ଏଟିଏମ୍ କାର୍ଡ ଜବତ, ୪ଟି ବ୍ୟାଙ୍କ ଆକାଉଣ୍ଟ ଠାବ। ଵିଭିନ୍ନ ରାଜ୍ୟରୁ ୬ କୋଟିରୁ ଅଧିକ ଟଙ୍କାର ସାଇବର ଠକେଇ କରିଥିଲେ। ଵିଭିନ୍ନ ଲୋଭନୀୟ ସ୍କିମ୍‌ ମାଧ୍ୟମରେ ଲୋକଙ୍କୁ ଏମାନେ ଠକୁଥିଲେ।

ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରାଙ୍କ ସୂଚନା ଅନୁସାରେ, ସାଇବର ଠକେଇ ପାଇଁ ଦେଶ ସାରା ଏମାନଙ୍କର ଏଜେଣ୍ଟ ଥିଲେ। ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ, ଏଟିଏମ୍ କାର୍ଡ ତଥ୍ୟ, ଇଣ୍ଟରନେଟ ବ୍ୟାଙ୍କିଂର ତଥ୍ୟକୁ ଚୋରି କରି ଠକୁଥିଲେ। ଆଉ ବିଭିନ୍ନ ଉପାୟରେ ଏମାନେ ଠକେଇ ଟଙ୍କାକୁ ବିନିଯୋଗ କରିଥିଲେ । ତେବେ ଏହି ତଥ୍ୟ ଆଧାରରେ ପୋଲିସ ଗ୍ୟାଙ୍ଗ ନିକଟରେ ପହଞ୍ଚିଥିଲା ।

ଅବଶ୍ୟ ଏବେବି ମାଷ୍ଟରମାଇଣ୍ଡ ଧରାପଡ଼ିନାହିଁ। ପୋଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଗିରଫ ତିନି ଜଣଙ୍କ ନିକଟରୁ ଦାମୀ ବାଇକ, ନଗଦ ୨ ଲକ୍ଷ ଟଙ୍କା ସୁନା, ପ୍ରି ଆକ୍ଟିଭ ସିମ୍, ବ୍ୟାଙ୍କ୍ ପାସବୁକ୍ , ଚେକ୍ ବହି ଓ ଏଟିଏମ୍ ସହ ବହୁ ଠକେଇ ସାମଗ୍ରୀ ଜବତ୍ ହୋଇଛି।

Leave A Reply

Your email address will not be published.