ପୁରୀରେ ଅବତରଣ କଲା CMଙ୍କ ହେଲିକପ୍ଟର

0

ଓଡ଼ିଆ ନ୍ୟୁଜ୍: ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି CMଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କଲା। ସମଙ୍ଗ ଅସ୍ଥାୟୀ ବସ୍‌ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।

ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଗସ୍ତ ସାରି ହେଲିକପ୍ଟର ଯୋଗେ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡ୍ କରିପାରିନଥିଲା। ଫଳରେ ପୁରୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଥିଲେ। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପୁରୀ ସର୍କିଟ ହାଉସରେ ଅଛନ୍ତି। ସେଠାରୁ କାରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.