ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ବ ନୂଆ ଦିଶା ଦେଇଛି: ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ବ ପାଇଁ ଦେଶ ଆଗକୁ ବଢ଼ି ଚାଲିଛି। ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି। ବିଶ୍ବରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।କୋଭିଡ୍‌ ସମୟରେ ସାରା ବିଶ୍ବକୁ ଟୀକା ଯୋଗାଇ ବିଶ୍ବବନ୍ଧୁ ଗୌରବ ଆଣିଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ ସରକାରରୁ ମିଳିଥିବା ସଫଳତାର ତଥ୍ୟ ରଖିଲେ। ଆମ ରେଳ ବଜେଟ୍‌ ପରିମାଣ ୧୦ ହଜାର ୯୨୮ କୋଟିରେ ପହଞ୍ଚିଛି।

ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣ ସମ୍ଭବ ହୋଇ ପାରିଛି। ଜଳପଥ ସଂଯୋଗୀକରଣରେ ଅନୁଗୁଳ-କଳିଙ୍ଗନଗର-ଧାମରା- ପାରାଦୀପ ଯୋଡ଼ିହେବ। ଜାତୀୟ ରାଜପଥ ପାଇଁ ୮୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଜାତୀୟ ରାଜପଥକୁ ନେଇ ୨୩୦ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି।ନକ୍ସଲମୁକ୍ତ ଅଞ୍ଚଳରେ କେନ୍ଦ୍ରର ଗ୍ରାମୋଦୟ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର ୧୨ ଲକ୍ଷ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି- CM। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଆମ ରାଜ୍ୟ ସାରା ଦେଶରେ ପ୍ରଥମ।ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ୪୭ ହଜାର ଲକ୍ଷପତି ଦିଦି ସୃଷ୍ଟି କରିପାରିଛୁ।ଏମାନଙ୍କ ମଧ୍ୟରୁ କିଛି ମହିଳା ନିଜକୁ ଉଦ୍ୟୋଗୀ କରିପାରିଛନ୍ତି।

 

Leave A Reply

Your email address will not be published.