ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ନୀତିକୁ ଝଟ୍‌କା

0

ଓଡ଼ିଆ ନ୍ୟୁଜ୍: ନୂଆ ନୀତିକୁ ଆମେରିକୀୟ ସଂଘୀୟ ଅଦାଲତଙ୍କ ରଦ୍ଦ। H-1B ଭିସା ଫି ବୃଦ୍ଧିକୁ ଅନଅଥରାଇଜଡ୍ କହିଲେ କୋର୍ଟ। H-1B ଭିସା ପାଇଁ ୯୫ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ ଟ୍ରମ୍ପ। ଭିସା ପାଇଁ ୯୫ଲକ୍ଷ ଟଙ୍କାକୁ ବେଆଇନ ଟିକସ କହିଲେ।ବେଆଇନ ଟିକସ ପାଇଁ କଂଗ୍ରେସର ନାହିଁ ଅନୁମୋଦନ କୋର୍ଟ।USରେ ଚାକିରି ପାଇଁ H-1B ଭିସା ବ୍ୟବହାର କରନ୍ତି ବିଦେଶୀ।

କୋର୍ଟ ଏହି ନିଷ୍ପତ୍ତିକୁ ବେଆଇନ କହିଛନ୍ତି । ଏହାସହ କହିଛନ୍ତି ଯେ, ସରକାରଙ୍କ ପାଖରେ ଏତେ ବଡ ଶୁଳ୍କ ଲଗାଇବା ପାଇଁ ଅଧିକାର ନାହିଁ । ମାସାଚ୍ୟୁଟସର ବୋଷ୍ଟନ୍ ସ୍ଥିତ ଜିଲ୍ଲା କୋର୍ଟର ମୁଖ୍ୟ ନ୍ୟାୟାଧିଶ ଏହି ରାୟ ଦେଇଛନ୍ତି । ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ୨୦ଟି ଡେମୋକ୍ରାଟିକ୍ ରାଜ୍ୟର ଆଟର୍ଣ୍ଣି ଜେନେରାଲ ମାମଲା ଦାଖଲ କରିଥିଲେ । ଟ୍ରମ୍ପ୍ ସରକାର ଗତବର୍ଷ ସେପ୍ଟେମ୍ବରରେ ଇମିଗ୍ରେସନ ନିୟମକୁ କଡାକଡି କରିବା ସହ ଏଚ-ଓ୍ୱାନ୍ ବି ଭିସା ଆବେଦନ ନିୟମରେ ପରିବର୍ତ୍ତନ କରିଥିଲେ । ଏହି ଭିସାକୁ ଆମେରିକାର ବିଭିନ୍ନ କମ୍ପାନୀ ଅନ୍ୟ ଦେଶର କୁଶଳୀ କର୍ମଚାରୀଙ୍କୁ ନିଜ କମ୍ପାନୀରେ ନିଯୁକ୍ତ କରିବା ପାଇଁ ବ୍ୟବହାର କରିଥାନ୍ତି ।

ପୂର୍ବରୁ ଏଚ୍-1ବି ଭିସା ପାଇଁ ଆବେଦନ ଶୁଳ୍କ ୨ ହଜାରରୁ ୪ ହଜାର ଡଲାର ମଧ୍ୟରେ ଥିଲା । କିଛି ବଡ କମ୍ପାନୀ ପାଇଁ ଆବେଦନ ଅର୍ଥ ସାମାନ୍ୟ ଅଧିକ ଥିଲା । କିନ୍ତୁ ଟ୍ରମ୍ପ୍ ପ୍ରଶାସନ ଏଥିରେ ୨୫ରୁ ୫୦ ଗୁଣ ବୃଦ୍ଧି କରି ୧ ଲକ୍ଷ ଡଲାର କରିଥିଲେ । ଯାହା ଭାରତୀୟ ଆଇଟି କର୍ମଚାରୀଙ୍କ ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.