ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ। ସିନିୟର ଆସିଷ୍ଟାଣ୍ଟ ବିଶ୍ବମୋହନ ପଟ୍ଟାନୟକ ଓରଫ ରାଜା ଧରାପଡ଼ିଲେ। ଫାର୍ମାସୀ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ କରାଇବାକୁ ଲାଞ୍ଚ ନେଉଥିଲେ।ସହଯୋଗୀ ମହମ୍ମଦ ଇଜାଜ ଖାନ୍ଙ୍କ ସହ ମିଶି ୯ ହଜାର ଲାଞ୍ଚ ନେଉଥିଲେ। ୯ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଉଭୟଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ବିଶ୍ବମୋହନ ଓରଫ ରାଜା ବାହୁ-କୁସ୍ତିରେ ଦେଶ ଓ ରାଜ୍ୟ ପାଇଁ ପଦକ ଜିତିଛନ୍ତି।
ଜଣେ ଆବେଦନକାରୀଙ୍କ ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇଁ ଫାଇଲ ଯାଞ୍ଚ କରିବା ଏବଂ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ନିମନ୍ତେ ବିଶ୍ୱମୋହନ ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଗତ ଏକ ସପ୍ତାହ ଧରି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇଁ କାଉନସିଲ୍ କାର୍ଯ୍ୟାଳୟକୁ ଦୌଡୁଥିଲେ । ମାତ୍ର ଲାଞ୍ଚ ନଦେଲେ କାମ ହେବ ନାହିଁ ବୋଲି ଅଭିଯୁକ୍ତ କହିଥିବା ଅଭିଯୋଗ ହୋଇଛି ।
ସୋମବାର ଆବେଦନକାରୀ ଭୁବନେଶ୍ୱରସ୍ଥିତ ଫାର୍ମାସି କାଉନ୍ସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିଶ୍ୱମୋହନ ପଟ୍ଟନାୟକ ପୁଣି ଲାଞ୍ଚ ଦାବି କରି ଟଙ୍କା ତାଙ୍କ ସହଯୋଗୀ ଇଜାଜ୍ ଖାନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଉଭୟ ଅଭିଯୁକ୍ତଙ୍କୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା ।ଟ୍ରାପ୍ ପରେ ବରିଷ୍ଠ ସହାୟକ ବିଶ୍ୱମୋହନ ପଟ୍ଟନାୟକଙ୍କର ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକକାଳୀନ ଚଢ଼ାଉ ଜାରି ରହିଛି ।