ଓଡ଼ିଆ ନ୍ୟୁଜ୍: କ୍ୟୁବାରେ ଶକ୍ତିଶାଳୀ ଭୂକମ୍ପ । ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ କ୍ୟୁବାର ପଶ୍ଚିମାଞ୍ଚଳରେ ଥିବା ମାଣ୍ଟୁଆ ସହରଠାରୁ ପ୍ରାୟ ୧୦୪ କିଲୋମିଟର ଦୂର ଏବଂ ୧୦ କିଲୋମିଟର ଗଭୀରତାରେ ଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ସୁନାମୀ ପାଇଁ କୌଣସି ସତର୍କତା ଜାରି ହୋଇନି ।
ସେହିଭଳି, ସୋମବାର ମଧ୍ୟ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୮ ଥିଲା । ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୩୭ ମିନିଟରେ ଏହି ଭୂମିକମ୍ପ ଘଟିଥିଲା । ଏହାର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଅଞ୍ଚଳର ବୁରିଆସ୍ ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଥିଲା ।