ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ଖାରଜ

0

ଓଡ଼ିଆ ନ୍ୟୁଜ୍: ମଧ୍ୟ ପ୍ରଦେଶରେ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ। ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ଖାରଜ କଲେ ରିଟର୍ଣ୍ଣିଂ ଅଫିସର। ସତ୍ୟପାଠରେ ଅପରାଧିକ ତଥ୍ୟ ଦେଇ ନ ଥିବାରୁ ପ୍ରାର୍ଥିତ୍ବ ଖାରଜ।ରିପୋର୍ଟ ଅନୁସାରେ ନଟରାଜନ ନିଜ ନାମାଙ୍କନ ଫର୍ମରେ ହାଇଦ୍ରାବାଦର ଏକ ଅଦାଲତରେ ବିଚାରଧୀନ ମାମଲା ସମ୍ପର୍କିତ ତଥ୍ୟ ପ୍ରଦାନ କରି ନ ନଥିଲେ । ଏହାକୁ ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ରୂପେ ଦେଖାଯାଉଛି । ମୀନାକ୍ଷୀ ନଟରାଜନଙ୍କୁ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଏବଂ କୋର୍ ଟିମର ସଦସ୍ୟ ଭାବେ ଦେଖାଯାଉଛି । ତାଙ୍କ ନାମାଙ୍କନ ରଦ୍ଦ ହେବା କଂଗ୍ରେସ ପାଇଁ ବଡ଼ ଏକ ଝଟକା । ମୀନାକ୍ଷୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ବିଜେପି ନେତା ମହେଶ କେୱଟଙ୍କ ବିଜୟ ମଧ୍ୟ ସୁନିଶ୍ଚିତ ହୋଇଛି ।

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ରଦ୍ଦ କରିବା ପାଇଁ ବିଜେପି ନେତା ଦାବି କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ମୀନାକ୍ଷୀ ନଟରାଜନ ନିଜ ସତ୍ୟପାଠରେ କୋର୍ଟରେ ବିଚାରଧୀନ ଗୋଟିଏ କେସ୍ ତଥ୍ୟ ଦେଇ ନ ଥିଲେ । ଏହି ତଥ୍ୟ ପ୍ରଦାନ ନ କରିବା ଯୋଗୁଁ କଂଗ୍ରେସ ପାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଛି।ବିଜେପିର ଅଭିଯୋଗ ପରେ, ରିଟର୍ଣ୍ଣିଂ ଅଫିସର ତାଙ୍କୁ ଏକ ନୋଟିସ ଜାରି କରି ଜୁନ୍ ୯ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଉତ୍ତର ଦେବାକୁ କହିଥିଲେ ।

Leave A Reply

Your email address will not be published.