ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ

0

ଓଡ଼ିଆ ନ୍ୟୁଜ୍: ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦେଶର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହି ବଡ ଉପଲବ୍ଧି ପାଇଁ ମୋଦୀଙ୍କ ନେତୃତ୍ୱକୁ ସବୁଆଡୁ ଶୁଭେଚ୍ଛା ମିଳୁଛି । ବିଶ୍ୱର ବଡ ବଡ ନେତା ପିଏମଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ବିଚାରଧାରାକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଖାସ୍ କରି ଗ୍ଲାବାଲ ସାଉଥ୍ ରେ ମୋଦୀଙ୍କ ନୀତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

ପିଏମ୍ ମୋଦୀଙ୍କ ସ୍ୱତନ୍ତ୍ର ଉପଲବ୍ଧିକୁ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୋଦୀ ଐତିହାସିକ ସଫଳତା ପାଇଛନ୍ତି । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ସେ ବାରମ୍ବାର ନିର୍ବାଚିତ ହୋଇଛନ୍ତି । ଜନତା ତାଙ୍କ ଉପରେ ଅତୁଟ ଭରସା ରଖନ୍ତି । ଭାରତରେ ଅନେକ ସାମାଜିକ ଏବଂ ଆର୍ଥିକ ସୁଧାର ଆସିଛି ।

Leave A Reply

Your email address will not be published.