ଓଡ଼ିଆ ନ୍ୟୁଜ୍: ଆସନ୍ତା ୧୨ ତାରିଖରେ ୨ ବର୍ଷର ହିସାବ ଦିଆଯିବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା। ଆମେ ୨ ବର୍ଷରେ କ’ଣ କରିଛୁ, ତା’ର ଉତ୍ତର ଆସନ୍ତା ୧୨ରେ ଦେବୁ। ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ସଂକଳ୍ପପତ୍ର ଅନୁସାରେ କାମ କରିଛୁ। କ୍ୟାବିନେଟ୍ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ: ମନମୋହନ।ପୂର୍ବରୁ ଚାଷୀଙ୍କୁ ୧୦ ଟଙ୍କା ବୋନସ୍ ଦିଆଯାଇନଥିଲା, ଆମେ ୩୧୦୦ କଲୁ।’୪ ଥର ଧାନ କିଣି ସାରିଛୁ, ସୁଭଦ୍ରା ସହାୟତା ମଧ୍ୟ ଦେଇଛୁ’।ଆମେ ରତ୍ନଭଣ୍ଡାର ଖୋଲିଲୁ, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଛୁ।୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ କାମ ଆରମ୍ଭ କରିସାରିଛୁ।
ଆମେ ତ ୨ ବର୍ଷରେ କ’ଣ କ’ଣ କରିଛୁ ତାର ଉତ୍ତର ଆସନ୍ତା ୧୨ ତାରିଖରେ ଦେବୁ । ଆମେ ୨୪ ଘଣ୍ଟା ହୋଇନଥିଲା ସଂକଳ୍ପ ପତ୍ର ଅନୁସାରେ କାମ କରିଛୁ । ୨୪ ଘଣ୍ଟାରେ କ୍ୟାବିନେଟ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ୧୦ ଟଙ୍କା ବି ଚାଷୀଙ୍କୁ ବୋନସ୍ ଦେଇନଥିଲେ ସେମାନେ, ଆମେ ୩୧୦୦ ଟଙ୍କା କଲୁ । ୪ ଥର ଧାନ କିଣି ସାରିଛୁ । ଆମେ ସୁଭଦ୍ରା କହିଲୁ ଦେଲୁ । ଆମେ ରତ୍ନଭଣ୍ଡାର ଖୋଲିଲୁ, ଚାରିଦ୍ୱାର ଖୋଲିଛି । ଯାହା କହିଛୁ କରିଛୁ ।