ଏବର୍ଷ ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ: SCERT ନିର୍ଦ୍ଦେଶିକା

0

ଓଡ଼ିଆ ନ୍ୟୁଜ୍: ଏବର୍ଷ ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ। ଏନେଇ ସୂଚନା ଦେଲେ SCERT ନିର୍ଦ୍ଦେଶିକା । ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ। ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ପୁସ୍ତିକା ମାଧ୍ୟମରେ ସ୍କୁଲଗୁଡ଼ିକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏବର୍ଷ ଯେଉଁ ତ୍ରୁଟି ରହିଛି, ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି ।

ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ। ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ। ଅନ୍ୟପଟେ, ଗ୍ରୀଷ୍ମନ ଛୁଟି ପରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଆଜିଠାରୁ ସ୍କୁଲ ଗୁଡିକ ଖୋଲାଯାଇଛି। ହେଲେ ତ୍ରୁଟିଯୁକ୍ତ ବହି ପଢିବାକୁ ବାଧ୍ୟ ହୋଇଛନ୍ତି ଛାତ୍ରଛାତ୍ରୀ ।

ପାଠ୍ୟପୁସ୍ତକରେ ସମସ୍ୟାର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ନିଜେ ପାଠ୍ୟବହି ମଗାଇ ସମୀକ୍ଷା କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭୁଲ୍ କିପରି ହେଲା ଜାଣିବା ଲାଗି ଏକ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି । ରିପୋର୍ଟ ଆସିବା ପରେ ଦାୟୀ ଅଧିକାରୀ ଓ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.