+୩ ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

0

ଓଡ଼ିଆ ନ୍ୟୁଜ୍: +୩ ସିଟ୍ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ରାଜ୍ୟରେ ଥିବା ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି। ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି ।

ତେବେ ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ ଆସିଥିବାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହି ସିଟ୍ ବୃଦ୍ଧି ହେବା ଫଳରେ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଭର୍ତ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ସରକାରୀ କଲେଜଗୁଡ଼ିକରେ ସର୍ବାଧିକ ୪୬୮୪ ସିଟ ବୃଦ୍ଧି କରାଯାଇଥିବା ବେଳେ ୪୮୮ ବର୍ଗ (ଡିଗ୍ରୀ) କଲେଜରେ ୩୪୧୬ ସିଟ ବଢ଼ିଛି।

Leave A Reply

Your email address will not be published.