ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

0

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଲୋକାରଣ୍ୟ ହୋଇଛି ବଡଦାଣ୍ଡ। ସ୍ନାନବେଦୀରେ ଶ୍ରୀଜୀଉ। କିଛି ସମୟରେ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ସୁରୁଖୁରୁରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଏହି ଅବସରରେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ସ୍ନାନବେଦିରେ ଶ୍ରୀଜୀଉଙ୍କ ଦର୍ଶନ କଲେ। କଡା ସୁରକ୍ଷା ବଳରେ ପୁରୀ ସହର। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାକୁ ସମୃଦ୍ଧ କରିବାକୁ ପ୍ରାର୍ଥନା କରିଛି। ସାରା ଜଗତର କଲ୍ୟାଣ ପ୍ରାର୍ଥନା କଲି। ଏହାସହ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି।

ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିବର୍ତ୍ତନ ହୋଇଛି। ବଡ଼ଦାଣ୍ଡ‌ରେ ଲୋକାରଣ୍ୟ ପରିବେଶ ସୃଷ୍ଟି ହୋଇଛି।  ମହାବାହୁ ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ୍‌ ଛକରୁ ଛାମୁଡିଆ ସହ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.