ଓଡ଼ିଆ ନ୍ୟୁଜ୍: ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଲୁହା ରଡ୍ରେ ପିଟି ପିଟି ଯୁବକଙ୍କୁ ହତ୍ୟା। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଲେ ଦୁର୍ବୃତ୍ତ। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସର ତଦନ୍ତ ଆରମ୍ଭ। ଖଣ୍ଡଗିରି କୋଳଥିଆ ଛକରେ ଘଟିଛି ହତ୍ୟାକାଣ୍ଡ। ଯୁବକଙ୍କୁ ଲୁହା ରଡ୍ରେ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ପାଢୀ ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚିଛି।
ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଛାନଭିନ ଜାରି ରଖିଛି। ତେବେ ଏଭଳି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ରାଜଧାନୀରେ ଏଭଳି ହତ୍ୟା ଘଟଣା ଯେମିତି ନିତିଦିନିଆ ହୋଇଗଲାଣି। ଦିନ ଦ୍ବିପ୍ରହରରେ ଏଭଳି ହତ୍ୟାକାଣ୍ଡ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରୁଛି।