ଜୁଲାଇ ୫ ସୁଦ୍ଧା ଦେଶବ୍ୟାପୀ ମୌସୁମୀ ଛୁଇଁବା ସମ୍ଭାବନା

0

ଓଡ଼ିଆ ନ୍ୟୁଜ୍: ଦେଶରେ ମୌସୁମୀ ବର୍ଷାର ଅଗ୍ରଗତି ଗତ କିଛି ଦିନ ଧରି ମନ୍ଥର ହୋଇପଡ଼ିଛି। ଜୁନ୍ ୨୪ ସୁଦ୍ଧା ମୌସୁମୀ ୨୨ଟି ରାଜ୍ୟରେ ପହଞ୍ଚିଥିବାବେଳେ,ଗତ ପାଞ୍ଚ ଦିନ ମଧ୍ୟରେ ଏହାର ଗତି ଧୀର ହୋଇଛି। ଫଳରେ ମଧ୍ୟପ୍ରଦେଶ,ଗୁଜୁରାଟ ଓ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ମୌସୁମୀ ଏପର୍ଯ୍ୟନ୍ତ ପହଞ୍ଚିପାରିନାହିଁ।ଭାରତୀୟ ପାଣିପାଗ କହିଛି ଯେ, ଜୁଲାଇ ୫ ସୁଦ୍ଧା ମୌସୁମୀ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବେଶ କରିପାରେ।

ଏହି ସମୟରେ ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ,ରାଜସ୍ଥାନ,ହରିଆଣା ଏବଂ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଆଜି ଆସାମ, ମେଘାଳୟ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଞ୍ଚଳ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କତା ଜାରି କରିଛି।

Leave A Reply

Your email address will not be published.