ଓଡ଼ିଶା ଉପକୂଳ ମୁହାଁ ‘ଅବପାତ’,୫ ଜିଲ୍ଲାକୁ ‘ରେଡ୍ ୱାର୍ଣ୍ଣିଂ’

0

ଓଡ଼ିଆ ନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ମୁହାଁ ହୋଇଛି। ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପଟି ଏବେ ଅଧିକ ଘନୀଭୂତ ହୋଇ ‘ଅବପାତ’ ରୂପ ଧାରଣ କରି ସାରିଛି ଏହା ସିଧାସଳଖ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟର ଅଧିକାଂଶ ଭାଗରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତି ସଂକଟଜନକ ହେବାକୁ ଯାଉଛି। ତେଣୁ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲା ପାଇଁ ହାଇ-ଆଲର୍ଟ ବା ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି। ଏହି ସାମୁଦ୍ରିକ ଅବପାତଟି ସମ୍ପ୍ରତି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ଚାନ୍ଦବାଲି ଏବଂ ପଶ୍ଚିମବଙ୍ଗର ଦିଘା ମଧ୍ୟରେ, ବିଶେଷ କରି ବାଲେଶ୍ୱର ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ମାତ୍ର ୫୦ କିଲୋମିଟର ଏବଂ ଚାନ୍ଦବାଲିଠାରୁ ଉତ୍ତରପୂର୍ବ ଦିଗରେ ୬୦ କିଲୋମିଟର ଦୂରତାରେ କେନ୍ଦ୍ରୀଭୂତ ହୋଇ ରହିଛି।

Leave A Reply

Your email address will not be published.