ଏସ୍ଆଇଆର ପ୍ରକ୍ରିୟାକରଣ: କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଚାଲୁଠି ଏସ୍ଆଇଆର ପ୍ରକ୍ରିୟାକରଣ। କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ। ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ ପଡିଥିବା ବେଳେ ଏଠି ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ଭୋଟର ରହିଛନ୍ତି। ସେହିପରି ଅନୁପସ୍ଥିତ ଭୋଟର ୧୦ ଲକ୍ଷ ୭ ହଜାର ରହିଛନ୍ତି। ସେହିଭଳି ୧ ଲକ୍ଷ ୫୮ ହଜାର ଓ ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟର ରହିଛନ୍ତି।

ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି ୨ ହଜାର ୭୭୫ ଜଣ ତୃତୀତ ଲିଙ୍ଗି ଭୋଟର ରହିଛନ୍ତି। ଓଡ଼ିଶାରେ ୩୧ଟି ନିର୍ବାଚନ ଜିଲ୍ଲା ହୋଇଛି। ନୂତନ ଭାବେ ଭୁବେନେଶ୍ୱର ନିର୍ବାଚନ ଜିଲ୍ଲା ହୋଇଛି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍‌ ଦେବା ପ୍ରାଥମିକତା କହିଛନ୍ତି ସିଇଓ। ଭୁଲରେ କାହାର ନାଁ କଟିଥିଲେ ଏନେଇ ଆବେଦନ କରିପାରିବେ। ବିଏ୍‌ଓଙ୍କୁ କଲ୍‌ କରି ଅଥବା ଓ୍ବେବସାଇଟ୍‌ ରେ ନାଁ ଅଛି କି ନାହିଁ ଚେକ୍‌ କରିହେବ। ନାଁ ନ ଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନ କରିପାରିବେ।

Leave A Reply

Your email address will not be published.