ଓଡ଼ିଆ ନ୍ୟୁଜ୍ : ଦୂର ହେବ କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ, ଆସିବ ଏସଓପି। ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। କିଛି ଏଡେଡ କଲେଜ ସେମାନଙ୍କ କଲେଜ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ଯେଉଁମାନେ ଆଡମିଶନ କରିସାରିଛନ୍ତି ସେମାନେ କିଭଳି ଅର୍ଥ ଫେରିପାଇବେ ସେ ନେଇ ବି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହାକୁ ଦୂର କରିବା ପାଇଁ ଖୁବ୍ ଶୀଘ୍ର ଏକ ଏସଓପି ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏସଓପି ଆସିବା ପୂର୍ବରୁ ଛାତ୍ର ଛାତ୍ରୀ ,ଅଭିଭାବକ, କଲେଜ ଅଧ୍ୟକ୍ଷକଙ୍କ ସହ ଆଲୋଚନା ଚାଲିଛି । ୬୬୨ ଓ ୪୮୮ ବର୍ଗ କଲେଜ ଗୁଡିକୁ ଅର୍ଥ ଦିଆଯିବାକୁ ବିଚାର ଚାଲିଛି ।
କଲେଜ ଗୁଡିକୁ ଯେଉଁ ଅନୁଦାନ ମିଳିବ କେଉଁ ଆଧାରରେ ମିଳିବ ସେଥିରେ କ’ଣ କ’ଣ ବ୍ଯବସ୍ଥା ରହିବ ସେ ନେଇ ଏସଓପିରେ ସ୍ପଷ୍ଟ ରହିବ। ସରକାର ଯେଉଁ ଅନୁଦାନ ଦେବେ ତାହା ଏକାଥରକେ ଦେବେ ନା ପର୍ଯ୍ୟାୟକ୍ରମେ ଦେବେ ତାହା ମଧ୍ୟ ଏସଓପିରେ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବରୁ ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଅର୍ଥ ପ୍ରଦାନ କରୁଥିଲେ, ସେହି ଅର୍ଥ ସରକାର ବହନ କରିବେ। ଫଳରେ ଛାତ୍ରୀଛାତ୍ରୀ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ।ଫଳରେ ଛାତ୍ରୀଛାତ୍ରୀ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ।ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରୀଛାତ୍ର ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ତାହା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମନ୍ତ୍ରୀ।