ଓଡ଼ିଆ ନ୍ୟୁଜ୍ : କରୁର୍ ଦଳାଚକଟାରେ ମୃତକଙ୍କ ପରିବାରକୁ ସରକାରୀ ଚାକିରି ଦେବେ ବିଜୟ ଗତବର୍ଷ ସେପ୍ଟେମ୍ବରରେ କରୁର୍ରେ ହୋଇଥିବା ଦଳଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରିବାକୁ ଟିଭିକେ ସରକାରକୁ ଅନୁମତି ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିସହ ଏହି ନିଯୁକ୍ତିର ଅନ୍ତିମ ନିଷ୍ପତ୍ତି ବିଚାର ବିଭାଗୀୟ ତର୍ଜମା ଉପରେ ନିର୍ଭରଶୀଳ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। କରୁର୍ ଦଳଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ପ୍ରଦାନ କରିବାକୁ ଟିଭିକେ ସରକାର ପୂର୍ବରୁ ଘୋଷଣା କରିଥିଲେ।
୪୧ ମୃତକଙ୍କ ପରିବାରକୁ ସରକାରୀ ଚାକିରି ପ୍ରଦାନ କରାଯିବା ପ୍ରସଙ୍ଗକୁ ବିରୋଧ କରି ମାଡ୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାତ୍ର ହାଇକୋର୍ଟ ଏହାକୁ ଆଜି ଅଗ୍ରାହ୍ୟ କରିଦେଇଛନ୍ତି।