ଆଜି ରାଜ୍ୟରେ ବଡ଼ ବର୍ଷା, ୨୫ରେ ଘୂର୍ଣ୍ଣିବଳୟ

0

ଓଡ଼ିଆ ନ୍ୟୁଜ୍: ଆଜି ରାଜ୍ୟରେ ବଡ଼ ବର୍ଷା, ୨୫ରେ ଘୂର୍ଣ୍ଣିବଳୟ। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଏକ ଘୂର୍ଣ୍ଣିବଳୟ ୨୫ ତାରିଖବେଳକୁ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଓଡ଼ିଶାରେ ୨୮ ଯାଏଁ ବର୍ଷା ଲାଗି ରହିବ। ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। ଦକ୍ଷିଣ ଉପକୂଳରେ ବର୍ଷା ପରିମାଣ ଅଧିକ ରହିପାରେ। ୩୧ ଜୁଲାଇରୁ ଅଗଷ୍ଟ ୬ ତାରିଖ ଭିତରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। କିନ୍ତୁ, ଉତ୍ତର ଉପକୂଳରେ ବର୍ଷା କମ୍ ରହିବା ସମ୍ଭାବନା ଅଛି। ଶୁକ୍ରବାର (ବାହୁଡ଼ା ଯାତ୍ରା ଦିନ) ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ପୁରୀ ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି। ୨୯ ଯାଏଁ ରାଜ୍ୟରେ ଏଭଳି ପାଗ ରହିବ ।

Leave A Reply

Your email address will not be published.