ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ୫ ଗୁରୁତର

0

ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ଏକା ପରିବାରର ୫ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ସୁକିଆବାଉତୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଢେଙ୍କାନାଳ ଜିଲ୍ଲା ରାସୋଳ କଳିଙ୍ଗାପାଳ ଗ୍ରାମର ହେମନ୍ତ ବେହେରାଙ୍କ ପରିବାର ସୁନାବେଶ ଦେଖିବା ପାଇଁ ପୁରୀ ଯାଇଥିଲେ। ଦର୍ଶନ ସାରି ବିଳମ୍ବିତ ରାତିରେ ସମସ୍ତେ କାର୍ ଯୋଗେ ନିଜ ଘରକୁ ଫେରୁଥିଲେ।

ତେବେ ଆଜି ଭୋର ପ୍ରାୟ ୪ଟା ରୁ ୫ଟା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର୍‌ରେ ବସିଥିବା ହେମନ୍ତଙ୍କ ପରିବାରର ୫ ଜଣ ଯାକ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ କାର୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ବେଳେ କେହି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ସେଠାରୁ ଉଠାଇ ନେଇଯାଇଛନ୍ତି ।

Leave A Reply

Your email address will not be published.