ଓଡ଼ିଆ ନ୍ୟୁଜ୍: ଆସନ୍ତା କାଲି ବଡ଼ଦେଉଳରେ ମିଳିବ ନୀଳାଚଳ ଅବଢ଼ା। ୨୭ ଦିନ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦିକୁ ଫେରିଯିବେ ନୀଳାଦ୍ରିନାଥ। ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନପ୍ରସାଦ ଭୋଗ ଲାଗି ନଥିଲା । ନୀଳାଦ୍ରି ବିଜେ ପରଦିନଠାରୁ ବଡ଼ଦେଉଳରେ ଶ୍ରୀବିଗ୍ରହଙ୍କୁ ଅନ୍ନପ୍ରସାଦ ଭୋଗ କରାଯିବ ।
ପ୍ରଥମ ଦିନର ଅନ୍ନମହାପ୍ରସାଦ ନୀଳାଚଳ ଅବଢ଼ା ନାମରେ ଖ୍ୟାତ । ସୋମବାର ରାତିରେ ଠାକୁରେ ରତ୍ନବେଦିରେ ବିଜେ ପରେ ମଙ୍ଗଳବାର ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା । ଯାହାକି ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ କାମ୍ୟ । ଭକ୍ତପାଇଁ ସେହି ଦିନଟି ହେଉଛି ପରମଆନନ୍ଦମୟ । ଏହି ନୀଳାଚଳ ଅବଢ଼ାରୁ କଣିକାଏ ପାଇବାକୁ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଚାହିଁ ବସିଥାଏ ।