ଓଡ଼ିଆ ନ୍ୟୁଜ୍: ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ୮ ଜଣ ନକ୍ସଲ ଝାଡ଼ଖଣ୍ଡ ରାଜ୍ୟରେ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ନକ୍ସଲ ରହିଥିବା ବେଳେ ୩ ଜଣ ପୁରୁଷ ନକ୍ସଲ ରହିଛନ୍ତି। ଏସପି, ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡରେ ୪୯ ଲକ୍ଷ ଟଂକା ପୁରସ୍କାର ରହିଥିଲା। ଏମାନେ ହେଲେ ଡିଭିସିଏମ ଅଶ୍ବିନୀ ଓରଫ ଲଚ୍ଛୁ,ରଙ୍ଗା ଓର୍ଫ ମୋହନ, ଦେବା ମାଡବୀ ଓରଫ ରାହତ, ଏରିଆ କମିଟି ସଦସ୍ୟ ଫଗନୀ ପୋୟାମ ଓରଫ ରଜନୀ, ସୁରଜ ମୁନ୍ନୀ ଚମ୍ପିୟା ଓରଫ ସୁବନୀ, ହିଡମେ କଡତି ଓରଫ ରୀତା, ବୁଦ୍ରୀ କୁଞ୍ଜାମ ଓରଫ ଅନୁଷା ଏବଂ ସଲମୀ ଚମ୍ପିୟା ଓରଫ ଜିଲାନୀ।
ଗତ ଦୁଇ ଦିନ ତଳେ ଝାରଖଣ୍ଡରେ ରହି ସଂଗଠନ ପରିଚାଳନା କରୁଥିବା କେନ୍ଦ୍ରୀୟ କମିଟି ମେମ୍ବର ମିଶିର ବେସରାକୁ ପୁଲିସ ଗିରଫ କରିଥିଲା। ମିଶିର ବେସରା ଗିରଫ ପରେ ସଂଗଠନ ଦୋହଲିଯାଇଥିଲା। ଜଂଗଲରେ ରହିଥିବା ଅନ୍ୟ ନକ୍ସଲମାନେ ସଂଗଠନ ଛାଡିବାକୁ ମନସ୍ଥ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଏକାସଂଗରେ ବସ୍ତର ଏବଂ ଝାରଖଣ୍ଡରେ ପୁଲିସ ତରଫରୁ ଅପରେସନ ଆରମ୍ଭ କରାଯାଇଥିଲା। ଯାହା ସଫଳ ହୋଇଥିଲା। ଏହି ଆକ୍ରମଣରେ ନକ୍ସଲ ସଂଗଠନ ଧରାଶାୟୀ ହୋଇଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏବେ ବି ବହୁ ନକ୍ସଲ ଜଂଗଲରେ ପଥଭ୍ରଷ୍ଟ ହୋଇ ବୁଲୁଛନ୍ତି। ତୁରନ୍ତ ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପୁଲିସ ଅନୁରୋଧ କରିଛି।