ଖଣି ଖନନକୁ ବିରୋଧ, କୋରାପୁଟ ନନ୍ଦପୁରର ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମରଣ ମୁହଁରୁ ଅଳ୍ପକେ ବର୍ତିଲେ ନନ୍ଦପୁର ଥାନା ପୋଲିସ ଇନସପେକ୍ଟର ପ୍ରଫୁଲ ଲାକ୍ରା । ନନ୍ଦପୁର ଥାନା ହାଟଶୁକୁରେ ପୋଲିସ ଉପରେ ଆକ୍ରମଣ । ଚିନା ମାଟି ଖଣି ଅଂଚଳକୁ ପୋଲିସ ଗସ୍ତ କରିଥିବାବେଳେ ପୋଲିସର ପ୍ରବେଶକୁ ଲୋକେ ପ୍ରବଳ ବିରୋଧ କରିଥିଲେ । ନନ୍ଦପୁର ଥାନା ଇନସପେକ୍ଟରଙ୍କୁ ଧକ୍କାମାରି ଗାତକୁ ଠେଲି ହାଣିବାକୁ ଉଦ୍ୟମ କରିଥିଲେ କିଛି ଲୋକ ।

ପୋଲିସକୁ ଆକ୍ରମଣ ଅଭିଯୋଗରେ ୨ ଜଣକୁ ଅଟକ ରଖି ଜେରା କରୁଛି। ନନ୍ଦପୁର ପୋଲିସ ।ପୋଲିସ ଉପରେ ଆକ୍ରମଣରେ ସମ୍ପୃକ୍ତ ସମସ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ କହିଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର । ନନ୍ଦପୁର ଥାନା ଲମତାପୁଟ ତହସିଲ ଅଧିନରେ ଥିବା ଚିନାମାଟି ଖଣି ଖନନକୁ ନେଇ ୩ ଖଣ୍ଡ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ଦିନଧରି ବିରୋଧ କରାଯାଉଛି । ବିଭିନ୍ନ ସମୟରେ ଏଥିନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଆସୁଛି ।

Leave A Reply

Your email address will not be published.