ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଘୃଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟା ର ରୂପ ନେବକି ନାହିଁ ତାରା ଚିତ୍ର ଏପର୍ୟ୍ଯନ୍ତ ଅସ୍ପଷ୍ଟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଆଇ ଏମ ଡି ବାତ୍ୟା ଗତି ପଥ ଉପରେ ନଜର ରଖିଛି। ରାଜ୍ୟ ବାସୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ।ସଠିକ୍ ସମୟରେ ଆଇ ଏମଡି ପକ୍ଷରୁ ସୂଚନା ଦିଆଯିବ।
ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନଯିବ ପାଇଁ ପରାମର୍ଶ ଦିଆଯାଇଛି।ପାଣିପାଗ ବିଜ୍ଞାନୀ ଉମାଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଅଧିକାଂଶ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ସମୁଦ୍ରରେ ଦୁର୍ବଳ ହୋଇଯାଇଥାଏ। ଯାହା ବାତ୍ୟାର ରୂପ ନେଇ ପାରେ ନାହିଁ। ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ତାହା ଆଗାମୀ ୪୮ ଘଣ୍ଟା ଭିତରେ ଚିତ୍ର ସ୍ପଷ୍ଟ ହେବ।ସାଧାରଣଃତ ପ୍ରାକ୍ ମୌସମୀ ଓ ମୌସମୀ ଋତୁ ପରେ ବାତ୍ୟା ସୃଷ୍ଟି ହୋଇଥାଏ। ସମୁଦ୍ର ଉପରି ଭାଗ ୨୬ ଦଶମିକ ୫ ଡିଗ୍ରୀ ସେଲସିୟସ ଉତତ୍ପ ହେଲେ ବାତ୍ୟା ଅନୁକୂଳ ହୋଇଥାଏ।ଏଥର ମଧ୍ୟ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ଅଛି।
ତେବେ ଅନ୍ୟପଟେ ରାଜ୍ୟରେ ୬ ଟି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶା ର କିଛି ଜିଲ୍ଲା ରେ ବିଜୁଳୀ ଘଡ଼ଘଡି ସହ ବର୍ଷା ହୋଇଛି।ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ରେ ୮୬ ମିଲିମିଟର, ଭୁବନେଶ୍ୱର ଏୟାର ପୋର୍ଟ ଅଂଚଳରେ ୩୬ ମିମି, ଜଗତସିଂପୁର ରେ ୫୫ ମୀମି, କେନ୍ଦ୍ରାପଡ଼ା ୫୪ ମିମୀ ଓ ନୟାଗଡ଼ ରେ 8୪ ମୀମୀ ବର୍ଷା ହୋଇଛି।