ହାଇକୋର୍ଟଙ୍କ ତଦାରଖ ପରେ ଜେଲ ପରିସ୍ଥିତିରେ ସୁଧାର ଆସୁନାହିଁ, ଉଦବେଗ ପ୍ରକାଶ କଲେ ବିଚାରପତିଙ୍କ ଖଣ୍ଡପୀଠ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ ତଦାରଖ ପରେ ବି ରାଜ୍ୟର ବିଭିନ୍ନ ଜେଲରେ ସ୍ଥିତିରେ ସୁଧାର ଆସୁ ନ ଥିବାରୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର କେ ପଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଲ ଡ଼ିଜି ଜେଲ ପରିଦର୍ଶନ କରି ଏ ସମ୍ପର୍କରେ ପଦକ୍ଷେପ ନେବା ସହ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ଗୁଡିକରେ ଶୌଚାଳୟ ଗୁଡିକର ଦୁରାବସ୍ଥା, ଜଳଯୋଗାଣ ସମସ୍ୟା ଓ ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥା ସମ୍ପର୍କୀତ ଫଟୋଗ୍ରାଫ ଓ ଭିଡିଓ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଛି।

ଚୌଦ୍ୱାର ଜେଲ ସମେତ ପୁରୀ, ମାଲକାନଗିରି, ରାଉରକେଲା, ଆଠଗଡ଼ ମଡେଲ ଜେଲ, ଅନୁଗୁଳ, ନୟାଗଡ଼, ଆର ଉଦୟଗିରି, କୁଜଙ୍ଗ ଭଳି ଜେଲରେ ଜଳଯୋଗାଣ, ପରିମଳ ଓ ଶୌଚାଳୟ ଅବସ୍ଥା ସଙ୍ଗୀନ ହୋଇପଡିଛି। ତେଣୁ ନବନିଯୁକ୍ତ ଜେଲ ଡ଼ିଜି ମନୋଜ ଛାବ୍ରା ପ୍ରଥମେ ଚୌଦ୍ୱାର ଜେଲ ଗସ୍ତ କରିବାକୁ ହାଇକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୧ ତାରିଖକୁ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.