୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ରୋଡ଼ ମ୍ୟାପ ପ୍ରସ୍ତୁତ: ତୃଣମୂଳ ସ୍ତରରେ ପହଞ୍ଚିବାକୁ କୋର୍ କମିଟିରେ ଆଲୋଚନା
ଓଡିଆ ନ୍ୟୁଜ୍(ବ୍ୟୁରୋ): ସରିଲା କୋର୍ କମିଟି ବୈଠକ । ବିଜେପି କୋର କମିଟି ବୈଠକ ପରେ ସଦସ୍ୟ ଙ୍କ ପ୍ରତିକ୍ରିୟା। ଦଳକୁ ଆଗକୁ ବଢିବାକୁ ବିଭିନ୍ନ ନିର୍ଣ୍ଣୟ ନିଆଯାଇଛି। ମୋଦି ସରକାର ଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ଓ ଜିଲ୍ଲାବାରି ଅଭିଯାନ ଆରମ୍ଭ କରାଯିବ। ଏହି 15 ଦିନିଆ ଅଭିଯାନ ରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରକୁ ନେବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଯିବ। ଗତ ନିର୍ବାଚନ ତଥା ପଂଚାୟତ ଓ ପୌରରେ ଦଳର ପରାଜୟ ନେଇ ମଧ୍ୟ ଆଲୋଚନା ହୋଇଛି। ଜିଲ୍ଲାବାରୀ ତ୍ରୁଟିକୁ ସୁଧରାଯିବ। 24 ନିର୍ବାଚନ ରୋଡ଼ ମ୍ୟାପ ପାଇଁ ଏହା ପ୍ରଥମ ଚରଣ ବୋଲି କହିଛନ୍ତି ଜୁଏଲ ଓରାମ।
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ପ୍ରତିକ୍ରିୟା।
ଦଳର ନିୟମିତ ବୈଠକ । ଦଳର ବିଭିନ୍ନ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଛି। ସଂଗଠନ ସୁଦୃଢ କରାଯିବ ନେଇ ଆଲୋଚନା ହୋଇଛି। ବୈଠକ ରେ 24 ନିର୍ବାଚନ ପାଇଁ ପ୍ରତି ନିର୍ବାଚନମଣ୍ଡଲି ସ୍ଥରରେ ରେ ରିଭ୍ୟୁ ଚାଲିଛି। ରିଭ୍ୟୁ ଶେଷ ପରେ ପରବର୍ତ୍ତୀ ରଣନୀତି ଧାର୍ଯ୍ୟ ହେବ।
ବାଇଟ- ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ରମନ୍ତ୍ରୀ
ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା।
ମରଥନ ବୈଠକ ହୋଇଛି। ବ୍ରଜରାଜନଗର ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ ଉପରେ ଗୁରୁତ୍ୱ। ବିଜେପି ସାଂସଦ ଥିବା ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ 100 ଟି ଦୁର୍ବଳ ବୁଥ ବୁଲି ସମୀକ୍ଷା କରିବାକୁ ଦାୟିତ୍ବ ଦିଆଯାଇଚି। ଓଡିଶା ର ବିଭିନ୍ନ ପ୍ରସଂଗରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପ୍ରସଂଗରେ ଆଲୋଚନା ହୋଇଛି। ଦଳର ଖସଡ଼ା ପ୍ରସ୍ତୁତ ହୋଇଛି। ବ୍ରଜରାଜନଗର ନିର୍ବାଚନ ଉତ୍ତର ଦାୟିତ୍ବ ମୋ ଉପରେ ଅଛି। ତେଣୁ ବିଧାୟକ ପ୍ରାର୍ଥୀନୀ ଙ୍କୁ କିଭଳି ଜିତାଯିବ ସେନେଇ ଉଦ୍ୟମ କରିବି। ବିଜେଡି ର ମେୟର ଏବଂ ବିଧାୟକ ଓ ଏମ୍ପି ମନେ ଜ୍ୟୋତିଷ ହୋଇଛନ୍ତି ଆମେ ନୁହଁ। ଦଳୀୟ ବୈଠକ ରେ ଦୁଇ କେନ୍ଦ୍ର ମନ୍ତ୍ରୀ ଙ୍କ ସମେତ 5 ଜଣ ଅନୁପସ୍ଥିତ ଥିଲେ। ଅନଲାଇନ ରେ କୌଣସି ବୈଠକ ହୋଇନାହିଁ।