ଏହି ସମସ୍ୟା ସହ ଆପଣ ୪ ଧାମ ଯାତ୍ରା କରୁଛନ୍ତି କି ? ସାବଧାନ୍, ନହେଲେ ଆପଣ ବି ପଡ଼ିପାରନ୍ତି ମୃତ୍ୟୁ ମୁଖରେ

0

ଡେରାଡୁନ(ଓଡ଼ିଆ ନ୍ୟୁଜ୍‌): କରୋନା ମହାବାରୀ ଯୋଗୁଁ ଦୀର୍ଘ ଦିନର ବ୍ୟବଧାନ ପରେ ଅନୁମତି ନଥିବା ୪ ଧାମ ଯାତ୍ରାକୁ ସ୍ୱାଭାବିକ କରାଯାଇଛି । ଫଳରେ ଫଳରେ ୪ ଧାମ ଯାତ୍ରା ନିମନ୍ତେ ପର‌୍ୟ୍ୟଟକଙ୍କର ଖୁବ ଭିଡ଼ ଦେଖିବାକୁ ମିଳିଛି । ମାତ୍ର, ଏହି ଯାତ୍ରା ଅନେକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ, ଏହି ଯାତ୍ରା ଆରମ୍ଭ ହେବାର ମାତ୍ର ୨ ସପ୍ତାହ ମଧ୍ୟରେ ଆଖି ବୁଜି ସାରିଲେଣି ୪୧ ଯାତ୍ରୀ । ଚାରି ଧାମ ଯାତ୍ରା ବେଳେ ଆଖି ବୁଜିଥିବା ଯାତ୍ରୀଙ୍କ ମୃତ୍ୟୁର କାରଣ ଉଚ୍ଚ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼ିବା ସମୟରେ ଉପୁଜୁଥିବା ସମସ୍ୟା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏ ସବୁ ସମସ୍ୟା ଥିଲେ ଏହି ଯାତ୍ରାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଚାରି ଧାମ ଯାତ୍ରା ବେଳେ ସବୁଠୁ ଅଧିକ ମୃତ୍ୟୁ କେଦରନାଥ ଯାତ୍ରା ସମୟରେ ହେଉଛି। ଏହି ଯାତ୍ରା ସମୟରେ ୧୫ ଯାତ୍ରୀଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଯମୁନାତ୍ରୀ ଯାତ୍ରା ବେଳେ ୧୪, ବଦ୍ରିନାଥ ଯାତ୍ରା ବେଳେ ୮, ଗଙ୍ଗୋତ୍ରୀ ଯାତ୍ରା ବେଳେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ତେଣୁ ଯେଉଁମାନଙ୍କର ଏପରି ସ୍ୱାସ୍ଥ୍ୟ ସମସ୍ୟା ଅଛି, ସେମାନେ ପାହାଡ଼ ନ ଚଢ଼ିବାକୁ ପ୍ରଶାସନ ପକ୍ଷରୁ ଉପଦେଶ ଦିଆଯାଉଛି।ଏନେଇ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡାକ୍ତର ଶୈଳଜା ଭଟ୍ଟ କହିଛନ୍ତି ।

Leave A Reply

Your email address will not be published.